ଓଡ଼ିଶାର ଗର୍ବ ତୁମେ ଗର୍ବିତ
ତୁମ ପିତା ଭାଗବତ ଆଉ
ମାତା ରାଧାରାଣୀ
ଭଦ୍ରଖ ର ତାଳପଦା ଧନ୍ୟହେଲା
ହେଲ ତୁମେ
ସବୁରି ମଉଡ଼ମଣି
ଅଠରଶ ଅଠାଅଶୀ ଡିସେମ୍ବର
ପବିତ୍ର ନଅ ତାରିଖ
ମାତା ମହାଲଷ୍ମୀ ଆଶିଷ ରେ
ଲକ୍ଷ୍ମୀକାନ୍ତ ନାମେ ତୁମେ
ରଖିଗଲ ଟେକ ।।
ତୁମେ ତ କେବଳ କବି ନ ଥିଲ
କବିତାରେ ଛୁଇଁବାକୁ କୋଟି ଜନମାନସ
ତୁମେ ଥିଲ ଏକାଧାରରେ ଲେଖକ ,ଗାଳ୍ପିକ,
ନାଟ୍ୟକାର ,ଔପନ୍ୟାସିକ ଭାବରେ
ମଧ୍ୟ ଅମର ରଖିବାକୁ କୃତି ସବୁ
ସଦା ଥିଲା ପ୍ରୟାସ ।।
ମାଟି ମା'ର ସେବା ପାଇଁ ତୁମେ
ତେଜ୍ୟ କରି ଜମିଦାରୀ ମୋହ
ଶାଣିତ କଲମ ମୁନରେ
ଫୁଟାଇଲ ଦେଶପ୍ରୀତି ସୁଅ
ବନ୍ଦେ ଉତ୍କଳ ଜନନୀ ଆଜି ଗାଉଛି
ଏ ଗୋଡି ମାଟି ଏ ପାଣି ପବନ ।
ଦୁଃଖ ଯନ୍ତ୍ରଣା ହାରିଯାଇଥିଲା
ତୁମ ଦେଶପ୍ରେମ କବିତାରେ
ତେଜି ଉଠୁଥିଲା ବିପ୍ଳବର ବହ୍ନି
ତୁମ ଜାତି ପ୍ରେମଭାବରେ
ବୋଳିଦେଲ ଛାତି ଚିରିଦେଇ
ସ୍ବାଧୀନତାର ଆହ୍ୱାନ
ସେ ଆହ୍ୱାନ ରେ ତେଜି ଉଠୁଥିଲା
ଆନ୍ଦୋଳନର ଗୀତି ।
ସବୁରି ମୁଖରେ ,ସବୁ ହୃଦୟରେ
ବନ୍ଦେ ଉତ୍କଳ ଜନନୀ ରହିଲା
ବିଦ୍ୟମାନ ଚିରଦିନ
ଆଜିବି ବୁଢ଼ାଶଙ୍ଖାରୀ ର ମମତା ଥରାଇ
ଦିଏ ଅନ୍ତର
ଜୀବନ୍ତ ଲାଗେ ରାତିଦିନ ।।
ମାତୃଭୂମି ମାତୃଭାଷା ପ୍ରତିପ୍ରେମ
ଶବ୍ଦରେ ମାଖି ସରାଗେ
ଶକ୍ତିଶାଳୀ ତୁମ କଲମ ମୁନ
କବିତାକୁ କଲା ଅସ୍ତ୍ର
ଉଣେଇଶ ତେତିଶିରେ କାନ୍ତକବି
ଉପାଧିରେ ଭୂଷିତ କଲେ ସରବେ ।।
ହେ ଯୁଗଶ୍ରେଷ୍ଠ କାନ୍ତକବି ଲଷ୍ମୀକାନ୍ତ
ଜଣାଉଛି କୋଟି ନମସ୍କାର
ତୁମ ଅନ୍ତର କଥା ଆଜିବି ଗାଉଛି
ଏ ଗଗନ ପବନ ନିରନ୍ତର
ମରଣଶୀଳ ଏ ଦୁନିଆଁ ବୁକୁରେ
ତୁମେ ରହିଛ ରହିବ ଯୁଗଯୁଗ
ଧରି ଅଜୟ ଅମର ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର


0 Comments